ନିଜେ ନିଜକୁ ଦେଖି ପଚାରେ କିବା ତୁମ ପରିଚୟ ?
କିବା ଏ ସ୍ଥାବର କିବା ଏ ଅସ୍ଥାବର।
ମିଛ ମାୟା ର କିଛି ଦିନର ଏ ସଂସାର।
କିଛି ର କାମନା ଠାରୁ ସର୍ବସ୍ଵ ର ହୁଙ୍କାର।
ଆମେ ମହାନ୍ ନାହିଁ ଆମ ରୂପାନ୍ତର।
ପ୍ରତିଟି ମୂଳରେ ଅଛି ଅହଂ ର ପ୍ରତିଶ୍ୱର।
ନାହଁ ଆମ ବିଶ୍ୱାସ ଅନ୍ୟର ରଚନା।
ନାହିଁ ଆମ ବିଶ୍ୱାସ ଅନ୍ୟର ସୃଜନା।
କିନ୍ତୁ ଦାବି କରୁ ସେହି ସୃଜନା ଉପାଦାନ।
କିବା ବିକଟ ଏହି ପରିସ୍ଥିତି ଆମ୍ଭର।
କିନ୍ତୁ ଏହା ହିଁ ସତ୍ୟ ବର୍ତ୍ତମାନର।
ରଚନା ଉପଦାନେ ଉପାଦାନ କାରିକା।
ସମୟ ସହ ବୁଝିପାରିବୁ ହେବୁ ଯେବେ ସ୍ମରଣୀକା।
ସେହି କାରିକା ବିନା ନାହିଁ ଅନ୍ୟଗତି।
ବୁଝିଯାରେ ଜଲଦି ଏ ମୂଢ଼ମତି।
ନିଜସ୍ୱ ସ୍ୱାର୍ଥ ସର୍ବ ପରିଯୋଗ୍ୟ।
ନିଜର ବିବେକ ନିଜଠାରୁ ଅଜ୍ଞ।
ଜାଣିନାହୁଁ ତୁ ନିର୍ବୋଧ ବାଳକ।
ଭାଭୂ ତୁ ହି କେବଳ ଶ୍ରେଷ୍ଠ ଚାଳକ।
ଜୀବନ ର ଯାତ୍ରା, ଗନ୍ତବ୍ୟ ରେ ସବୁ ଏକାକାର।
ନାହିଁ ଏଠାରେ ତୋର ଅବା ମୋର ର ବିଚାର।
ଶୂନ୍ୟ ରୁ ଆବିର୍ଭାବ ଶୂନ୍ୟରେ ବିଳୟ।
ଏହା ମଧ୍ୟେ ତୁମେ କରୁଥାଉ ପ୍ରଳୟ।
ଦିଆ ଦତ୍ତ ସବୁକିଛି ଏକା।
କରନାହିଁ ମନରେ କୌଣସି ଶଙ୍କା।
ବସିଅଛି ସେ ଦାରୁ ରୂପରେ।
ଦେଖୁ ଅଛି ସବୁ ଚକା ନେତ୍ରରେ।
କରି କରାଉଛି ସେହି ତା ବିନୁ ଅନ୍ୟଗତି ନାହିଁ।
ମୁ ମୋର ଏ ଧରାରେ କିଛି ନାହିଁ।
ସବୁ କିଛି କରୁଥାଇ ସେହିଁ ନିଜ ପାଇଁ।
ଆମେ ଯେ କେବଳ ଏକ ମାଧ୍ୟ୍ୟମ ତାହାର।
ବୁଝିବାକୁ ଲାଗିବ କିଛି ସମୟ ଆମର।
ଯେବେ କରିପାରିବୁ ଏହି ବିଶ୍ୱାସ
ପରିପୂର୍ଣ ହେବ ତୋର ଜୀବନ ଶ୍ୱାଶ
ଜୟ ଜଗନ୍ନାଥ।